ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ହିଥ୍ ଷ୍ଟ୍ରିକଙ୍କ ପରଲୋକ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କୋଲନ ଏବଂ ଲିଭର କ୍ୟାନସର ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ଭାରତୀୟ ଦଳର ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଷ୍ଟ୍ରିକଙ୍କୁ କୋଲନ ଏବଂ ଲିଭର କ୍ୟାନସର ରହିଥିଲା । ତାଙ୍କ ଚିକିତ୍ସା ସାଉଥ ଆଫ୍ରିକାରେ ଚାଲିଥିଲା । ହିଥଙ୍କ ମୃତ୍ୟୁ ନେଇ ସାଥୀ ଖେଳାଳି ହେନରୀ ଓଲାଙ୍ଗା ସୋସିଆଲ ମିଡିଆରେ ସୂଚନା ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଷ୍ଟ୍ରିକ ଜିମ୍ବାୱେ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ୬୫ ଟେଷ୍ଟ ଏବଂ ୧୮୯ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ।

ତାଙ୍କ ମୃତ୍ୟୁରେ ଭାରତୀୟ ଦଳର ଷ୍ଟାର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଜିମ୍ବାୱେ କ୍ରିକେଟ ଟିମ୍ ପାଇଁ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ଜିମ୍ବାୱେ ଦଳର ନେତୃତ୍ୱ ନେଇଥିଲେ । ଷ୍ଟ୍ରିକ ଜିମ୍ବାୱେ ତରଫରୁ ୬୫ ଟେଷ୍ଟ ଏବଂ ୧୮୯ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ତେବେ ଏହି କ୍ୟାରିୟରରେ ସେ ଦେଶର ଏକମାତ୍ର ଖେଳାଳି ଭାବରେ ୧୦୦ରୁ ଅଧିକ ୱିକେଟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ନିଜ କ୍ୟାରିୟରରେ ମୋଟ ୧୯୯୦ ରନ୍ କରିଥିବା ବେଳେ ଦିନିକିଆରେ ପ୍ରାୟ ୩୦୦୦ ରନ୍ ସଂଗ୍ରହ କରିଛନ୍ତି ।

୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ରାୱଲପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ୮ଟି ୱିକେଟ୍ ନେଇ ଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍ ଟିମରୁ ସନ୍ନ୍ୟାସ ନେଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ୨୦୦୬ରେ ଇଂଲଣ୍ଡର କାଉଣ୍ଟି ଟିମ୍‌ ପାଇଁ ୨ ବର୍ଷ ଅଧିନାୟକ ହୋଇଥିଲେ । ଏହାପରେ କୋଚିଂରେ ନିଜର କ୍ୟାରିୟର ଆରମ୍ଭ କଲେ । ସେ ଜିମ୍ବାେଓ୍ଵ, ସ୍କଟଲାଣ୍ଡ, ବାଂଲାଦେଶ, ଗୁଜରାଟ ଲାଏନ୍ସ, କୋଲକତା ନାଇଟ ରାଇଡର୍ସ ଭଳି ଟିମକୁ କୋଚିଂ ଦେଇଛନ୍ତି ।

Also Read : ଜୀବିତ ଅଛନ୍ତି ହିଥ୍‌ ଷ୍ଟ୍ରିକ, ନିଧନ ଖବର ଗୁଜବ ବୋଲି ଟ୍ଵିଟ୍‌ କଲେ ସାଥି ହେନେରୀ ଓଲାଙ୍ଗା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.