ରେଲୱେ ଚାକିରି ପାଇଁ କରନ୍ତୁ ଆବେଦନ, ଗ୍ରାଜୁଏସନ କରିଥିବା ଜରୁରୀ

ରେଳବାଇରେ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ନର୍ଦନ ରେଲୱେରେ ଖାଲିପଡିଛି ୯୩ ପଦବୀ । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

ନର୍ଦନ ରେଲୱେରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁସାରେ ୯୦ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nr.indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଠାରେ ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୮ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ : ୯୩

ସିନିଅର ଟେକ୍ନିକାଲ ଆସୋସିଏଟ୍‌

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ ବିଷୟରେ ସିଭିଲ/ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ/ମେକାନିକାଲ ଇଂଜିନିୟରିଂରେ ଗ୍ରାଜୁଏସନ/ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୩୪ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ସ୍କ୍ରିନିଂ/ସର୍ଟଲିଷ୍ଟିଂ ପ୍ରକ୍ରିୟା/ ଗେଟ୍‌ ସ୍କୋର ଆଧାରରେ ହେବ । ଚୟନିତ ପ୍ରାର୍ଥୀଙ୍କୁ ମେଡିକାଲ ଟେଷ୍ଟ ଦେବାକୁ ମଧ୍ୟ ପଡିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୧୦୦ ଟଙ୍କା ଦେବାକୁ ହେବ ।

ଇଚ୍ଛୁକ ପ୍ରାର୍ଥୀ ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.