କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆ ବ୍ଳକର ଝୁମୁକାପାଳ ଗାଁରେ ବନବିଭାଗର ଚଢ଼ାଉ, ବ୍ଯାପକ ପରିମାଣର କାଠ ଜବତ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆ ବ୍ଳକର ଝୁମୁକାପାଳ ଗାଁରେ ବନବିଭାଗର ଚଢ଼ାଉ । ଚଢ଼ାଉ ସମୟ ରେ କିଛି ସମୟ ପାଇଁ ଚାପା ଉତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା । ଗାଁ ଲୋକମାନଙ୍କ ଅଭିଯୋଗ ଥିଲା ଯେ ଆମ ପାଞ୍ଚ ଜଣକ ପାଖରୁ କାଠ ନେଉଛନ୍ତି କିନ୍ତୁ ଗାଁ ରେ ଅନେକ ସ୍ଥାନରେ ଏହି ଭଳି କାଠ ଗଛିତ ଅବସ୍ଥାରେ ଅଛି । ସେଠାରେ କାହିଁକି ଚଢ଼ାଉ ହେଉ ନାହିଁ । ଗାଁ ନିକଟରେ ଥିବା ଜଙ୍ଗଲକୁ ଦୀର୍ଘ ୮ ମାସ ହେବ ବନ ବିଭାଗ କର୍ମଚାରୀ କୌଣସି ସୁରକ୍ଷା ଦେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହା ଯଦି ସତ ହେଇଥାଏ ତାହେଲେ ସାଙ୍ଘାତିକ । ଅନ୍ୟପଟେ ଟ୍ରାକ୍ଟର ରେ ବନବିଭାଗ ପକ୍ଷରୁ କାଠ ଗୁଡିକ ଲୋଡ଼ କରି ରରୁଆ ଫରେଷ୍ଟ କାର୍ଯ୍ୟାଳୟକୁ ଆଣିଥିଲେ । ସୂଚନାଯୋଗ୍ୟ ଝୁମୁକାପାଳ ଗ୍ରାମରେ ସାହି ବିବାଦ ଯୋଗୁଁ ରରୁଆଁ ବନବିଭାଗ ଖବର ପାଇ ଝୁମୁକାପାଳ ଗ୍ରାମକୁ ଯାଇ କେତେକ ନିର୍ଦିଷ୍ଟ ଘରକୁ ଯାଇ ଚଢ଼ାଉ କରୁ ଶାଳଗଜା ଉଦ୍ଧାର କରି ଏକ ଟ୍ରାକ୍ଟରରେ ଲୋଡ଼ କରୁଥିବା ସମୟରେ ଉକ୍ତ ଗ୍ରାମର କିଛି ବ୍ୟକ୍ତି ଗ୍ରାମର ସମସ୍ତ ଘରକୁ ଯାଇ ବେନିୟମ ଭାବରେ ରଖାଯାଇଥିବା କାଠକୁ ଜବତ କରିବା ପାଇଁ ଜିଦ ଧରିଥିଲେ । ସେହି ସମୟରେ ସସ୍ମିତା ପୂର୍ତ୍ତି କୁ ଜଣେ ବନବିଭାଗର କର୍ମଚାରୀ ଆଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏହାକୁ ରରୁଆଁ ଫରେଷ୍ଟର ଅସ୍ବୀକାର କରିବା ସହିତ ଆଗାମୀ ଦିନରେ ଅଭିଯୋଗକୁ ଭିତ୍ତି କରି ଗ୍ରାମରେ ଅନେକ ଘରେ ଚଢାଉ କରାଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.