ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା, ପ୍ରଚାର ମଙ୍ଗ ଧରିଲେ ବିଜେଡି ସୁପ୍ରିମୋଙ୍କ ସହ ୪୦ ନେତା

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡିର ସମରସଜା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ପ୍ରକାଶ କଲା ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା । ଉପନିର୍ବାଚନରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାର କ୍ୟାମ୍ପେନର ତାଲିକାରେ ଦଳ ସୁପ୍ରିମୋଙ୍କ ସହ ତାଲିକାରେ ଅଛନ୍ତି ୪୦ ଜଣ ।

ପ୍ରଣବ ପ୍ରକାଶ ଦାସ, ଦେବୀପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ କରିବେ ପ୍ରଚାର । ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ ସାହୁ ମଧ୍ୟ କରିବେ ପ୍ରଚାର । ଏହି ତାଲିକାରେ ଅଧିକାଂଶ ପଶ୍ଚିମ ଓଡିଶା ନେତା ଅଛନ୍ତି। ୫ ଜଣ ମହିଳା ଷ୍ଟାର କ୍ୟାମ୍ପେନର ଭାବେ ଅଛନ୍ତି। ସେହିଭଳି ଅଭିନେତା ଆକାଶ ଦାସ ନାୟକ ଓ ଅରିନ୍ଦମ୍‌ ମଧ୍ୟ ଅଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.