ଆଠଗଡ: ପେଟ୍ରୋଲ ପମ୍ପ ନିକଟରୁ ଗୁଳି ଫୁଟାଇ ୫୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ: ପେଟ୍ରୋଲ ପମ୍ପ ନିକଟରୁ ଗୁଳି ଫୁଟାଇ କାରରୁ ୫୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ । ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ଗୁରୁଡି ଝାଟିଆ ଥାନା କପୁରସିଂ ଏସାର ପେଟ୍ରୋଲ ପମ୍ପ ନିକଟରେ । ଢେଙ୍କାନାଳର ହୋମିଓପାଥି ଡାକ୍ତର ବିନୟ ମହାପାତ୍ର ଯାଗା କିଣିବା ପାଇଁ ଟଙ୍କା ନେଇ ଯାଉଥିବା ବେଳେ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଗାଡି ଉପରକୁ ଗୁଳି ଚଳାଇ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ କଟକ ଏସପିଙ୍କ ସମେତ ଗୁରୁଡିଝାଟିଆ ପୋଲିସ ତନାଘନା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.