ଜୀବନ ହାରିବାକୁ ପ୍ରେମୀ ଯୁଗଳଙ୍କ ଉଦ୍ୟମ: ପ୍ରେମିକ ମୃତ ଆଉ ପ୍ରେମିକା ଗୁରୁତର

ଢେଙ୍କାନାଳ ସଦର ଥାନା ଗୋବିନ୍ଦ ପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣ । ପ୍ରେମରେ ଅସଫଳ ହୋଇ ପ୍ରେମି ଯୁଗଳ ଜୀବନ ନେବାକୁ ଉଦ୍ୟମ କରିଛନ୍ତି । ଆଉ ଏଥିରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛି ।

ଢେଙ୍କାନାଳ(କେନ୍ୟୁଜ୍): ମୋ ଧନ ମୋ ସୁନା, ଗୋଟିଏ ମୁହୂର୍ତ୍ତ ବି ରହିପାରେନି ତୁମ ବିନା । ଆମକୁ ଏ ଦୁନିଆ କେବେବି ଏକାଠି ବଞ୍ଚାଇ ଦେବନି । ଚାଲ ଆମେ ସେଇ ଜହ୍ନ ରାଇଜକୁ ସବୁଦିନ ପାଇଁ ଚାଲିଯିବା । ସବୁଦିନ ପାଇଁ ଆମେ ଏ ସ୍ୱାର୍ଥପର ଦୁନିଆକୁ ପର କରି ଏକାଠି ହୋଇଯିବା । ଏକାଠି ସିନା ବଞ୍ଚିପାରିବାନି ହେଲେ ଏକାଠି ତ ମରିପାରିବା । ଏମିତି କିଛି କଥା କହି ପରସ୍ପରକୁ ବୁଝାଇ ଥିବେ ଏହି ପ୍ରେମୀ ଯୁଗଳ ।

କିଛି ଏହିଭଳି ପ୍ରେମର ପରିଭାଷାରେ ଭାସି ଚାଲିଥିବେ ଏହି ପ୍ରେମିଯୁଗଳ । ଏମାନଙ୍କ ପ୍ରେମ ଆଗରେ ସବୁ ସତେ ଯେମିତି ଫିକା ଫିକା ଲାଗୁଥିବ ସେମାନଙ୍କୁ । ତେଣୁ ତ ବଞ୍ଚି ଥାଉ ଥାଉ ଯାହା ଅସମ୍ଭବ ତାକୁ ସମ୍ଭବ କରିବା ପାଇଁ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିଲେ ଏହି ପ୍ରେମ ପକ୍ଷୀ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ମରିବା ପାଇଁ ଉଭୟ କରିଥିଲେ ଉଦ୍ୟମ । ହେଲେ ଜଣେ ଚାଲିଗଲା ଆଉ ଜଣେ ବର୍ତ୍ତିଗଲା ।

ଢେଙ୍କାନାଳ ସଦର ଥାନା ଗୋବିନ୍ଦ ପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣ । ପ୍ରେମରେ ଅସଫଳ ହୋଇ ପ୍ରେମି ଯୁଗଳ ଜୀବନ ନେବାକୁ ଉଦ୍ୟମ କରିଛନ୍ତି । ଆଉ ଏଥିରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛି । ଅରାତଇଲା ଗ୍ରାମ ନିକଟ ଆମ୍ବଗଛରେ ଝୁଲି ଏହି ପ୍ରେମୀ ଯୁଗଳ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।

ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ସଦର ପୋଲିସର ତଦନ୍ତ ଆରମ୍ଭ କରିଛି । ମୃତ ପ୍ରେମିକ ଘର ଗୋବିନ୍ଦପୁର ଗ୍ରାମର କାହୁ ଚରଣ ମହାପାତ୍ର। ଆଉ ପ୍ରେମିକା ଜଣକ ବଳଦିଆବନ୍ଧ ଗ୍ରାମର ବୋଲି ସୂଚନା ମିଳିଛି । ଏପଟେ ପ୍ରେମିକ କାହୁ ଚରଣଙ୍କ ଭାଇ ଘଟଣାସ୍ଥଳରେ ପହଁଚି ତାଙ୍କ ଭାଇକୁ ହତ୍ୟା କରାଯାଇ ଟାଙ୍ଗି ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି ।

ପ୍ରେମ ଅମର, ସତ୍ୟ ଆଉ ସୁନ୍ଦର । ହେଲେ ଆଜିକାଲି ଏ ପ୍ରେମର ସଜ୍ଞାକୁ କିଏ ବା ବୁଝୁଛି । ଏବେ ତ ପ୍ରେମର ଭୟଙ୍କର ଅନ୍ତ ଦେଖିବାକୁ ମିଳୁଛି । ତେବେ ଏମିତି ଏକ ସ୍ପର୍ଶ କାତର ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ପାଇଁ ଏମିତି ନିଷ୍ପତ୍ତି ନେବା କଣ ଠିକ୍ । ତେବେ ପ୍ରେମିକର ପରିବାର ଲୋକଙ୍କ ଏତଲା ଆଧାରରେ ଏହି ଘଟଣାର ତଦନ୍ତ କରୁଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.