ଡ୍ରେସିଂ ରୁମରେ ଖେଳାଳିଙ୍କ ମନୋବଳ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି, ରୋହିତ ଓ ବିରାଟଙ୍କ ହାତ ଧରି ହସିବାକୁ କହି ଦେଲେ ନିମନ୍ତ୍ରଣ

ସମଗ୍ର ଦେଶ ତୁମକୁ ଦେଖୁଛି, ତୁମେମାନେ ଭଲ ଖେଳିଛ… ସାହସ ରଖ । ଖେଳରେ ହାର ଜିତ୍‌ ରହିଥାଏ । ତୁମେମାନେ କଠିନ ପରିଶ୍ରମ କରିଛ । ବିଶ୍ୱକପ ପରାଜୟ ପରେ ଡ୍ରେସିଂ ରୁମକୁ ପହଞ୍ଚି ଖେଳାଳିଙ୍କ ସହିତ କଥାହେଲେ ମୋଦି । ଭିଡିଓ ଦେଖି ଭାବବିହ୍ଵଳ ହେବେ ଆପଣ ।

ଭାରତ ଆଇସିସି ଦିନିକିଆ ବିଶ୍ୱକପ ହାରିବା ପରେ ଡ୍ରେସିଂ ରୁମରେ ପହଞ୍ଚି ଖେଳାଳିଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖେଳାଳିଙ୍କୁ ସାକ୍ଷାତ କରି ସେମାନଙ୍କ ମନୋବଳ ବଢାଇଛନ୍ତି । ଟିମର ଖେଳାଳି ପରାଜୟ ପରେ ଡ୍ରେସିଂ ରୁମରେ ବହୁତ ନିରାଶ ରହିଥିଲେ । ରୋହିତ ଏବଂ ବିରାଟଙ୍କ ହାତ ଧରି ଖୁସି ରହିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ବିରାଟ ଏବଂ ରୋହିତଙ୍କ ହାତ ଧରି କହିଥିଲେ, ସମଗ୍ର ଦେଶ ତୁମକୁ ଦେଖୁଛି, ସାହସ ରଖ, ହସ । ପରସ୍ପରକୁ ସାହସ ଦିଅ, ଖେଳରେ ହାର ଜିତ ରହିଥାଏ । ତମେମାନେ ୧୦ଟି ମ୍ୟାଚ ଜିତିଛ । ଏହା ପରେ କୋଚ ଦ୍ରାବିଡଙ୍କ ସହିତ ଦେଖା କରିବା ପରେ ରବିନ୍ଦ୍ର ଜାଡେଜାଙ୍କ ପିଠି ଥାପୁଡାଇ, ଶୁବମନ ଗିଲଙ୍କ ସହିତ କଥା ହୋଇଥିଲେ ।

 

View this post on Instagram

 

A post shared by KNews Odisha (@knewsodisha)

ତା’ ପରେ ସାମିଙ୍କୁ ହାତ ମିଶାଇ କୁଣ୍ଡାଇ ଦେଇ ଭଲ ଖେଳିଥିଲ ବୋଲି କହିଥିଲେ । ଏହାପରେ ଶ୍ରେୟସ ଆୟର, ବୁମରା, କୁଲଦୀପ, କେଏଲ ରାହୁଲଙ୍କ ସହିତ କଥା ହୋଇ ମନୋବଳ ବଢାଇଥିଲେ । ସମସ୍ତ ଖେଳାଳି କଠିନ ପରିଶ୍ରମ କରିଥିଲେ ବୋଲି କହିଥିଲେ ମୋଦି । ଆଉ ସମସ୍ତ ଖେଳାଳିଙ୍କୁ ଦିଲ୍ଲୀ ଆସି ଏକାଠି ବସି କଥା ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହି ସମୟରେ ମୋଦିଙ୍କ ସହିତ ଅମିତ ଶାହା ମଧ୍ୟ ସାଥିରେ ରହିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଫ୍ୟାନ୍ସ ଭାବୁକ ହୋଇପଡିଛନ୍ତି ।

ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଥିଲା । ଅଷ୍ଟ୍ରେଲିଆ ଏହାକୁ ୪୩ ଓଭରରେ ହାସଲ କରିନେଇଥିଲା । ୬ଷ୍ଠ ଥର ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.