Below header

ଅବପାତର ରୂପ ନେଲା ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଏବେ ପାରାଦୀପ ଠାରୁ ପ୍ରାୟ ୯୫୦କିମି ଦୂରରେ ଅବସ୍ଥିତ

ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଏହା ଏବେ ପାରାଦୀପ ଠାରୁ ପ୍ରାୟ ୯୫୦କିମି ଦୂରରେ ଅବସ୍ଥିତ। ତେବେ IMDର ଆକଳନ ଅନୁଯାୟୀ ବାତ୍ୟା ହେଲେ ଓଡ଼ିଶା ଉପକୂଳ ଛୁଇଁନପାରେ। ବାତ୍ୟା ରୂପରେଖ ଓ କେଉଁ ଦିଗକୁ ଯିବ ସ୍ପଷ୍ଟ ହୋଇନି। ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ପ୍ରସ୍ତୁତ ରହିବାକୁ ୧୫ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC ପ୍ରଦୀପ ଜେନା। ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ କମ ରହିଛି। ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା,ଜଗତସିଂହପୁର,ଗଞ୍ଜାମ, କୋରାପୁଟ,ପୁରୀ,ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ, ବୌଦ୍ଧ,ନୂଆପଡ଼ା, ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ଆଲର୍ଟ ରଖାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। IMDର ଆକଳନ ଅନୁଯାୟୀ ବାତ୍ୟା ହେଲେ ଓଡ଼ିଶା ଉପକୂଳ ଛୁଇଁନପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.