ଚିଲିକାରେ ଫସିଲା ମାଲେସିୟା ଜାହାଜ, ଅଟକି ରହିଛନ୍ତି ୧୦ଜଣ ନାବିକ ଓ କର୍ମଚାରୀ
ବ୍ରହ୍ମଗିରି (କେ ନ୍ୟୁଜ୍) : ଚିଲିକା ରାଜହଂସ ଦୀପ ନିକଟ ସମୁଦ୍ରରେ ଫସିଲା ମାଲେସିୟା ମାଲବାହୀ ଜାହାଜ ଓ ଟ୍ରଲର। ଦୁଇଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଖିରିସାହି ନିକଟରେ ଏହାକୁ ଦେଖିବାକୁ ମିଳିଥିଲା। ସେଥିରେ ୧୦ଜଣ ନାବିକ ଓ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ପଚରା ଉଚରା କରିବାରୁ ମାଲୟେସିଆରୁ ବିଶାଖାପାଟଣା ଯିବା ବାଟରେ ଜାହାଜ ଖରାପ ହୋଇଥିବା ସେମାନେ କହିଛନ୍ତି। ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନେ ଅଟକି ଥିବା କହିଛନ୍ତି। ଜାହାଜର ମରାମତି ପାଇଁ ତାକୁ କୂଳରେ ଲଗାଇଥିଲେ। ଜାହାଜରେ ଜଣେ ଭାରତୀୟ ରହିଥିବା ବେଳେ ଅନ୍ୟ ୯ଜଣ ଯାକ ମାଲେସୀୟ ନାଗରିକ ବୋଲି ଜଣାପଡ଼ିଛି। କୃଷ୍ଣପ୍ରସାଦ ପୋଲିସ ଘଟଣାର ତଦନ୍ତ ଚଳାଇଛି।