କଟକ: ନିଶାସକ୍ତ ଯୁବକଙ୍କ ଦାଦାଗିରି, ଟ୍ରାଫିକ କନଷ୍ଟେବଳଙ୍କୁ ମାଡ ମାରି ହେଲେ ଗିରଫ

କଟକ: ନିଶାସକ୍ତ ଯୁବକଙ୍କ ଦାଦାଗିରି । ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମାଡ ମାରିବାରୁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ରେଭେନ୍ସା କଲେଜ ଛକ ଟ୍ରାଫିକକରେ ନିୟୋଜିତ ହୋଇଥିଲେ ଅଭିମନ୍ୟୁ କାର୍ଜୀ । ନିଶାସକ୍ତ ଯୁବକ ଜଣଙ୍କ ରାତିରେ ଭୁଲ ରାସ୍ତାରେ ଗାଡି ଚଳାଉଥିଲେ । ଏନେଇ ଟ୍ରାଫିକ କନଷ୍ଟେବଳ ଅଭିମନ୍ୟୁ ଅଟକାଇବାରୁ ନିଶାସକ୍ତ ଯୁବକ କାରରୁ ଓହ୍ଲାଇ ପୋଲିସ କର୍ମଚାରୀଙ୍କୁ ମାଡ ମାରିଥିଲେ । ଖବର ପାଇ ମାଲଗୋଦାମ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।