ମଞ୍ଜୁଳା ମୁହଁରେ ଫେରିଲା ହସ, ଆଜି ଏସ୍ସିବିରୁ ହେବେ ଡିସଚାର୍ଜ
କଟକ(କେନ୍ଯୁଜ୍): ମଞ୍ଜୁଳା ମୁହଁରେ ଏବେ ହସ । ଆଜି ଏସ୍ସିବିରୁ ଡିସଚାର୍ଜ ହେବ ମଞ୍ଜୁଳା । SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅପରାହ୍ନ ୪ଟା ସମୟରେ ମଞ୍ଜୁଳାଙ୍କୁ ଡିସରାର୍ଜ କରାଯିବ। ଏସ୍ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ନବରଙ୍ଗପୁର ଜିଲ୍ଲା ବାଲିଝର ଗାଁର ୯ ବର୍ଷର କୁନି ଝିଅ ମଞ୍ଜୁଳାର ଡାହାଣ ହାତଟି ସାପ କାମୁଡିବା ପରେ ନଷ୍ଟ ହୋଇଯାଇଥିଲା । ଚିକିତ୍ସା ପାଇଁ ଜୁଲାଇ ମାସ ୧୪ ତାରିଖରେ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ପର୍ଯ୍ୟାୟ କ୍ରମେ ମଞ୍ଜୁଳାର ଅପରେସନ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଏଚ୍ଓଡି ବିଭୂତି ନାୟକଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ କରାଯାଇଥିଲା ।
ଏବେ ହାତଟିର ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି । ହାତଟି ଏବେ ୨୫ ପ୍ରତିଶତ କାମ କରୁଛି । ତେବେ ହାତର ଗୋଟିଏ ଆଙ୍ଗୁଳି ହରାଇବାକୁ ପଡିଛି । ଫିଜିଓଥେରାପି କଲେ ହାତଟି ଆଗପରି ହୋଇଯିବ ବୋଲି କହିଛନ୍ତି ଡାକ୍ତର ।