କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ

ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ କଂଗ୍ରେସରୁ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ ମନ୍ମଥ ରାଉରତାୟ ।

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ କଂଗ୍ରେସରୁ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ ମନ୍ମଥ ରାଉରତାୟ ।

୨୦୨୪ରେ ସେ ଜଟଣୀରୁ ନିର୍ବାଚନ ଲଢ଼ିବେ । କିନ୍ତୁ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ ମନ୍ମଥ ରାଉତରାୟ । ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ହୋଇଥିଲା । ଏହାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଯାହାର ସେ ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ମନ୍ମଥ ରାଉତରାୟଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.