ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର

କଣ୍ଟାବାଞ୍ଜି(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ନେଇ ମାଓ ପୋଷ୍ଟର । କଣ୍ଟାବାଞ୍ଜି ତୁରେକେଲା ଥାନା ସମରସିଂ ଗାଁରେ ନିର୍ବାଚନ ବର୍ଜନ କରିବାକୁ ମାଓ ପୋଷ୍ଟରରେ ଓଡ଼ିଆ ଭାଷାରେ ଉଲ୍ଲେଖ କରାଯାଇଛି । ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ ପକ୍ଷରୁ ଲାଗିଛି ମାଓ ପୋଷ୍ଟର।
ତୁରେକେଲା ପୋଲିସ ମାଓ ପୋଷ୍ଟର ଜବତ ସହ ତଦନ୍ତ କରୁଛି । ଗାଁରେ ମାଓ ପୋଷ୍ଟର ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି। ।