Below header

ମାଓ ଦମନ ଅଭିଯାନରେ ସଫଳତା: ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଓ ଦମନ ଅଭିଯାନରେ ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା ।

ଏଥିରେ ପୋଲିସର ଗୁଳିମାଡରେ ମାଓବାଦୀଙ୍କ ମୃତ ହୋଇଛି । ମୃତ ମାଓବାଦୀ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଏବଂ ବନ୍ଧୁକ ଜବତ ହୋଇଛି । ଗତ ଶନିବାର ଛତିଗଡର ସୁକମା ଓ ବିଜାପୁର ସୀମାରେ ମାଓବାଦୀମାନେ ରକ୍ତର ହୋଲି ଖେଳିଥିଲେ । ୨୨ ଯବାନ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.