ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ : ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ । ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ ।

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ । ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ । ଆଜି ରାଜଧାନୀର ସମସ୍ତ ବ୍ୟବସାୟୀ ସଂଘର ବୈଠକ ହୋଇଛି । ସମସ୍ୟା ସମାଧାନ ନେଇ ସରକାରଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ମହଲତ ଦେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ।

ମାର୍କେଟ ବିଲ୍ଡିଂ ସମସ୍ୟା ଦୂର ନହେଲେ ଭୁବନେଶ୍ୱରର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ବୈଠକରେ ଭୁବନେଶ୍ଵରର ସମସ୍ତ ବ୍ୟବସାୟୀ ସଂଘ ଯୋଗ ଦେଇଥିଲେ । ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ୭ ଦିନ ହେଲା ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ବନ୍ଦ ରହିଛି ।

ପ୍ରତିଶ୍ରୁତି ମୁତାବକ ଉଠା ଦୋକାନୀଙ୍କୁ BMC ଉଠାଇପାରିନଥିବାରୁ ମାର୍କେଟ ବିଲ୍ଡିଂ ବନ୍ଦ ରହିଛି । ନିଜ ନିଜ ଜିଦରେ ଅଟଳ ଆଛନ୍ତି ମାର୍କେଟ ବିଲ୍ଡିଂର ବ୍ୟବସାୟୀ ସଂଘ । ଫଳରେ ଲୋକେ ନାହିଁ ନ ଥିବାର ଅସୁବିଧା ହେଉଛନ୍ତି । ଦୋକାନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.