Below header

ଭଦ୍ରକର ନୂଆପୋଖରୀ ଗାଁରେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା, ସ୍ବାମୀ ଫେରାର

ଭଦ୍ରକ: ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ରହଣିଆ ପଂଚାୟତ ନୂଆପୋଖରୀ ଗାଁ ରେ। ଗତକାଲି ସନ୍ଧ୍ୟା ଠାରୁ ଏହି ଗାଁର ରାଧା ମହାନ୍ତି ନାମକ ଜଣେ ମହିଳା କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ତେବେ ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା ଲୋକେ ଦେଖିଥିଲେ।

ତେବେ ମହିଳା ଜଣଙ୍କ କିଏ ତଣ୍ଟି କାଟି ହତ୍ୟା କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ମୃତା ମହିଳାଙ୍କ ସ୍ୱାମୀ ନାରଣ ମହାନ୍ତି ଏହି ଘଟଣା ପରେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ମହିଳା ଜଣଙ୍କ ଆଜିକୁ ୬ବର୍ଷ ପୂର୍ବେ ନାରଣ ମହାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଗୋଟିଏ ଝିଅ ଅଛି।

ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ବାପ ଘର ଲୋକ। ଏହି ଖବର ପାଇବା ପରେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଛି ତାହା ଜଣାପଡି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.