ଆଜିଠାରୁ‌ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଉଡାଣ ଆରମ୍ଭ କରିବ ସ୍ପାଇସ ଜେଟ୍

ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ଉଡାଣ ଆରମ୍ଭ ହେବ। ସ୍ପାଇସ ଜେଟ୍‌ ବିମାନ ଉଡାଣ ଆରମ୍ଭ କରିବ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସପ୍ତାହକୁ ୪ଦିନ ଧରି ଚାଲିବ ଫ୍ଲାଇଟ୍‌। ଆଜି ସନ୍ଧ୍ୟା ୬ଟା ୧୦ରେ ଝାରସୁଗୁଡାରୁ ବିମାନ ଉଡି ୮ଟା ୩୫ରେ ମୁମ୍ବାଇରେ ପହଞ୍ଚିବ।

ସେହିପରି ଗୁରୁବାର, ଶନିବାର ଓ ରବିବାର ସନ୍ଧ୍ୟା ୫ଟା ୧୦ରେ ଝାରସୁଗୁଡାରୁ ବାହାରି ୭ଟା ୩୦ରେ ମୁମ୍ବାଇରେ ପହଞ୍ଚିବ। ପ୍ରାରମ୍ଭିକ ଫ୍ଲାଇଟ୍‌ ଆଜି ଅପରାହ୍ନ ୧୨ଟା ୩୦ରେ ମୁମ୍ବାଇରୁ ଆସି ଝାରସୁଗୁଡ଼ାରେ ପହଞ୍ଚିବ। ସେହିପରି ଦ୍ୱିତୀୟ ଫ୍ଲାଇଟ୍‌ ବେଙ୍ଗାଳୁରୁରୁ ଆସି ସଂଧ୍ୟା ୫ଟା ୪୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାପରେ ବିମାନଟି ମୁମ୍ବାଇ ଯାତ୍ରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.