ଭୁବନେଶ୍ୱର କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ, ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାକୁ ଉଦ୍ଯମ ଜାରି ରଖିଛନ୍ତି। ତେବେ ଇଲେକ୍ଟିକ୍ ରୁମ୍ ରେ ଥିବା ଷ୍ଟାଣ୍ଡ୍ ଫ୍ୟାନ୍ ରୁ ସଟସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଥିବାବେଳେ, ଲୋକଙ୍କ ପାଇଁ ମଲକୁ ବନ୍ଦ କରି ଦିଆଯାଇଛି।