ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ଆରମ୍ଭର କିଛି ସମୟ ପରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ହିନ୍ଦୀ ପ୍ରଶ୍ନପତ୍ର

ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପେପର୍‌ ପ୍ରଶ୍ନ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପ୍ରଶ୍ନର ଅବଜେକଟିଭ୍‌ ଉତ୍ତର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି ।

ନବରଙ୍ଗପୁର (କେନ୍ୟୁଜ): ପୁଣି ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ । ନବରଙ୍ଗପୁର ଜିଲ୍ଲାରେ ହିନ୍ଦୀ ଓ ସଂସ୍କୃତ ପେପର୍‌ ପ୍ରଶ୍ନ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପ୍ରଶ୍ନର ଅବଜେକଟିଭ୍‌ ଉତ୍ତର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ହିନ୍ଦୀ ପ୍ରଶ୍ନପତ୍ର ।

ନବରଙ୍ଗପୁର ସଦର ବ୍ଲକ ବିକ୍ରମପୁର ହାଇସ୍କୁଲରୁ ଲିକ ହେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ସଂପୃକ୍ତ ସେଣ୍ଟର ଅନୁଧ୍ୟାନ କରିଛନ୍ତି । ଭାଇରଲ ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ମେଳ ଖାଉଥିବା ବେଳେ ବିକ୍ରମପୁର ହାଇସ୍କୁଲ ସେଣ୍ଟରରୁ ଭାଇରଲ ହୋଇନଥିବା କହିଛନ୍ତି ଡିଇଓ l ଅନ୍ୟପଟେ ସଂସ୍କୃତ ଉତ୍ତର ଖାତା ବିଷୟରେ ତଦନ୍ତ ଚାଲିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.