କେନ୍ଦୁଝର: ମାଗଣା ଟିକାକୁ ମେଡିକାଲ କର୍ମଚାରୀ ବିକ୍ରି କରିଦେଇଥିବା ଅଭିଯୋଗ

ଆନନ୍ଦପୁର(କେନ୍ୟୁଜ୍):  ଭ୍ୟାକସିନ ଦେବାକୁ ଯାଉଥିବା ମେଡିକାଲ କର୍ମଚାରୀ ଯିବା ରାସ୍ତାରେ ଭ୍ୟାକସିନ୍ ବିକ୍ରି କରିଦେଇଥିବା ଅଭିଯୋଗ। ତଦନ୍ତ କରାଯିବ କହିଲେ ମେଡିକାଲ ଅଧିକାରୀ। ଆନନ୍ଦପୁର ଉପଖଣ୍ଡ ଶାଳଣିଆ ମେଡିକାଲ ଅନ୍ତର୍ଗତ ଶରଳା ଗାଁକୁ ଆଜି ଜଣେ ମେଡିକାଲ କର୍ମଚାରୀ ଟୀକାକରଣ ନିମନ୍ତେ ଟିକା ନେଇ ଯାଇଥିଲେ ।

୧୨୦ ଟି ଟିକା ୧୨ଟି ବଟଲରେ ନିଆ ଯାଇଥିବା ବେଳେ ଟୀକାକରଣ ହେବାକୁ ଥିବା ଗାଁରେ ପହଞ୍ଚି ଦେଖିବା ବେଳକୁ ଗୋଟିଏ ବଟଲ ନଥିବାରର ଦେଖିବାକୁ ମିଳିଥିଲା।  ସ୍ଥାନୀୟ ଲୋକେ ଏହା ଦେଖିବା ପରେ ମେଡିକାଲ ଅଧିକାରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି  ଜଣାଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ ଅଧିକାରୀ ପ୍ରଭାତ ନାୟକ ଏସମ୍ପର୍କରେ ଅବଗତ ହେବାପରେ ତଦନ୍ତ ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.