ଚନ୍ଦକା ଜଙ୍ଗଲରୁ କଥା କହି ପାରୁ ନଥିବା ଜଣେ ନାବାଳକ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍‌) : ବାର ତେର ବର୍ଷର ପିଲାଟିଏ । କଥା କହି ପାରୁନି । ବୋଧହୁଏ ତାର ମାନସିକ ସ୍ଥିତି ଠିକ୍‌ ନାହିଁ । ଏମିତି ଅବସ୍ଥାରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ଗୋଡ଼ିବାରି ନିକଟରେ ପିଲାଟି ବୁଲୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

ପିଲାଟି ଆଦୌ କଥା କହି ପାରୁନି । ବେଳେ ବେଳେ ଠାରରେ କିଛି କହୁଛି, ଯାହାକୁ ବୁଝି ହେଉନାହିଁ । କଥା କହି ପାରୁନଥିବାରୁ ସେ କିଏ ଓ କେଉଁଠୁ ଆସିଲା କିଛି ଜାଣି ହେଉ ନାହିଁ ବୋଲିଲୋକେ କହିଛନ୍ତି । ପିଲାଟିର ଦେହରେ କେବଳ ପ୍ୟାଣ୍ଟ ଓ ଗୋଟିଏ ଗାମୁଛା ଥିଲା । ତାକୁ ଉଦ୍ଧାର କରିଥିବା ପ୍ରଶାନ୍ତ କୁମାର ରାଉତ ନାମକ ବ୍ୟକ୍ତି ତାକୁ ଖାଇବାକୁ ଓ ପିନ୍ଧିବାକୁ ଦେଇଛନ୍ତି । ହେଲେ ନିଜର ପରିଚୟ ଜାଣିନଥିବା ପିଲାଟିକୁ କଣ କରିବେ ତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି ।

ଅନ୍ୟପଟେ ବାଳକଟି ମାନସିକ ଭାବେ ଠିକ୍‌ ନଥିବାରୁ ତାକୁ କେହି ଏଠାରେ ଛାଡ଼ି ଦେଇ ପଳାଇଛନ୍ତି କିମ୍ବା ଭୁଲରେ ସେ ଚାଲି ଆସିଛି ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ସେମାନେ ଥାନାରେ ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଫଟୋ ଦେଖି ଯଦି କେହି ପିଲାଟିକୁ ଚିହ୍ନି ପାରୁଛନ୍ତି ତେବେ ଏହି ଫୋନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ 8658292279 (୮୬୫୮୨୯୨୨୭୯) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.