ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଲଜ୍ଜା: ଭାଇକୁ ମାଡ ମାରି ନାବାଳିକାକୁ ଉଠାଇ ନେଲେ ଦୁର୍ବୃତ୍ତ, ନିଛାଟିଆ ସ୍ଥାନରେ କଲେ ଗଣଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଲଜ୍ଜା । ଭାଇକୁ ମାଡ ମାରି ଦୁଇଜଣ ଯୁବକ ଜଣେ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଞ୍ଚଳର ଜଣେ ନାବାଳିକା ନୀଳଗିର ଅଞ୍ଚଳକୁ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । କଣ୍ଟିଆଠିକର ଛକରେ ଦୁଇଜଣ ଯୁବକ କଳା ପଳସରରେ ଆସି ଭାଇକୁ ମାଡ ମାରିବା ସହ ଟଙ୍କା ମାଗିଥିଲେ । ଏହାପରେ ନାବାଳିକା ଜଣଙ୍କୁ ବାଇକରେ ଉଠାଇନେଇ ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ନାବାଳିକା ଜଣକ କୌଣସି ପ୍ରକାରେ ଦୁଷ୍କର୍ମକାରୀଙ୍କ ଠାରୁ ଖସି ଆସିଥିଲେ । ସେପଟେ ଖବର ପାଇ ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ଆହତ ଭାଇକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଦିନକୁ ଦିନ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଅସାମାଜିକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଫାଣ୍ଡି ପ୍ରତିଷ୍ଠା ଓ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.