Below header

ମୟୁରଭଞ୍ଜ: ଗୁଣିଗାରେଡି ସନ୍ଦେହରେ ପୁଣି ହତ୍ୟାକାଣ୍ଡ, ମହିଳାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ

କରଞ୍ଜିଆ(କେନ୍ୟୁଜ୍): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅନେକ ଅନ୍ଧ ବିଶ୍ୱାସକୁ ନେଇ ଜଘନ୍ୟ କାଣ୍ଡ ସବୁ ଘଟିଯାଉଛି। ଏଠିକାର ଲେକମାନେ ଏବେବି ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି । କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁରେ ଏକ ଅଭାବନୀୟ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି ।

ମୃତ୍ୟୁ ମହିଳା ଜଣକ ହେଉଛନ୍ତି  ଯମୁନା ହାଁସଦା (୬୪) । ଯମୁନାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଗାଁର ରାସ୍ତା ନିକଟରେ ପଡି ରହିଛି ମୃତ ଦେହ।  ।  କରଞ୍ଜିଆ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.