ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ମୌକା ଦେଖି ଲୁଟିନେଲେ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବିବାହ ମଣ୍ଡପରୁ ଲୁଟ୍‌। ବରଯାତ୍ରୀ ବେଶରେ ଆସିଲେ, ଭୋଜି ଖାଇଲେ, ମୌକା ଦେଖି ଲୁଟିଲେ। ସିସିଟିଭିରେ କଏଦ ହୋଇଛି ଲୁଟ୍‌ LIVEର ଦୃଶ୍ୟ।

lootera

କେସୁରା ଛକ ପଲବୀ ମଣ୍ଡପରେ ଚାଲିଥିଲା ବାହାଘର। ଜଣେ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି ବରଯାତ୍ରୀ ହୋଇ ବିବାହରେ ଯୋଗ ଦେଇଥିଲେ। ଦୁଇ ଜଣ ଯାକ ବିବାହରେ ଭୋଜି ଖାଇବା ସହ ମୌକା ଦେଖି ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଓ ଟଙ୍କା ଲୁଟି ନେିଥିଲେ। ଏନେଇ କନ୍ୟା ଘର ପକ୍ଷରୁ ସହଦ ନଗର ଥାନାରେ ଏତଲା ଦିଆଯାଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.