ବ୍ରହ୍ମପୁରର: ପୋଲିସ ପରିଚୟ ଦେଇ ସୁନା ଅଳଙ୍କାର ଧରି ଚମ୍ପଟ ମାରିଲେ ଲୁଟେରା

ବ୍ରହ୍ମପୁର(କେନ୍ୟୁଜ୍): ପୁଣି ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ କୌଶଳରେ ମହିଳାଙ୍କଠାରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ । ସହରର ଜନ ଗହଳିପୂର୍ଣ୍ଣ ଦଳୁଆ ସାହି ନିକଟରେ ଆଜି ଅପରାହ୍ନରେ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କରା ଲୁଟି ନେଲେ ଦୁର୍ବୃତ୍ତ । ମିଲିଟାରୀ ଲାଇନର ଭି.ଭି ସାରଦା ନାମକ ମହିଳା ଜଣକ ଆଜି ମନ୍ଦିର ଯାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ନିଜକୁ ପୋଲିସର ପରିଚୟ ଦେଇ ଏତେ ସୁନା ପିନ୍ଧିଛ କାହିଁକି ବୋଲି କହିଥିଲେ । ସୁନା ଅଳଙ୍କାର କାଢି ବ୍ୟାଗରେ ରଖିବା ପାଇଁ କହିଥିଲେ । ନଚେତ ପୋଲିସ ପକ୍ଷରୁ ଜୋରିମାନା ଆଦାୟ କରାଯିବ ବୋଲି କହିଥିଲେ ନକଲି ପୋଲିସ ବା ଦୁର୍ବୃତ୍ତମାନେ । ଏଥିରେ ସେ ବିଶ୍ୱାସ କରିନଥିବା ବେଳେ ଅନ୍ୟ ଜଣେ ଯୁବକର ସୁନା କାଢି ବ୍ୟାଗରେ ରଖୁଥିବା ଡେମୋ ଦେଖାଇଥିଲେ । ଏଥିରେ ମହିଳା ଜଣକ ବିଶ୍ୱାସ ହେବା ପରେ ସେ ପିନ୍ଧିଥିବା ସୁନା ଅଳଙ୍କାରକୁ ବ୍ୟାଗରେ ରଖିଥିଲେ ।

police loot

ପରେ ଦୁର୍ବୃତ୍ତ ମାନେ ଅଳଙ୍କାରକୁ କାଗଜରେ ଗୁଡ଼ାଇ ରଖିବା ଲାଗି ପରାମର୍ଶ ଦେଇଥିବା ବେଳେ ଦୁର୍ବୃତ୍ତ ମାନେ ଧରିଥିବା କାଗଜ ପ୍ୟାକେଟକୁ ମହିଳାଙ୍କୁ ଦେଇ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ । ମହିଳା ଜଣକ ପିନ୍ଧିଥିବା ସୁନା ହାରର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଲୁଟର ଶୀକାର ହୋଇଥିବା ମହିଳା ଜଣକ କହିଛନ୍ତି । ଲୁଟ ହେବା ପରେ ମହିଳା ଜଣକ ଘରକୁ ଯାଇ କାଗଜ ପ୍ୟାକେଟ୍ ବାହାର କରିବା ବେଳେ ସେଥିରୁ ଗୁଡି ବାହାରିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ବିଭିନ୍ନ ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରୀ ରଖିଛି । ପ୍ରଥମେ ପୋଲିସ କହି ମହିଳାଙ୍କ ବିଶ୍ୱାସ ବଢାଉବା ପରେ କୌଶଳ କ୍ରମେ ଲୁଟ କରିବାରେ ସଫଳ ହୋଇଛନ୍ତି ଲୁଟେରା । ସହରରେ ଏଭଳି ଲୁଟ୍ ନୂଆଁ କଥା ନୁହେଁ ବରଂ ପୋଲିସ ପରିଚୟ ଦେଇ ପୂର୍ବରୁ ୫ ଜଣଙ୍କଠାରୁ ଏଭଳି ସୁନା ଅଳଙ୍କାର ଲୁଟିବାରେ ସକ୍ଷମ ହୋଇଛନ୍ତି ଲୁଟେରାମାନେ ।

Leave A Reply

Your email address will not be published.