ପାରଳାଖେମୁଣ୍ଡି ବିଧାୟକ ପଢାଇଲେ ପାଠ, ନିର୍ମାଣ କାମ ନିମ୍ନ ମାନର ହେଉଥିବା ଆଣିଲେ ଅଭିଯୋଗ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ବିଧାୟକ କେ.ସୁରୀୟା ରାଓ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କେ.ସି.ପୁର ଗ୍ରାମ ଠାରେ ରହିଥିବା ସରକାରୀ ଶିଳ୍ପ ଅନୁଷ୍ଟାନକୁ ପରିର୍ଦଶନ କରିବାକୁ ଯାଇଥିଲେ। ଏହା ସହିତ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହ ବିଭିନ୍ନ ଶିଳ୍ପ ଭିତ୍ତିକ ପାଠ ପ୍ରଶ୍ନ କରିଥିଲେ । ପାଠ ପଢା କିପରି ଚାଲିଛି ସମୀକ୍ଷା କରିବା ସହ ସନ୍ତୋଷ ପ୍ରକଟ କରିଥିଲେ । ସେହି ଅନୁଷ୍ଠାନରେ ନିର୍ମାଣ ହେଉଥିବା ସହେ ଶଯ୍ୟା ବିଶିଷ୍ଠ ହଷ୍ଟେଲ ଓ ନିର୍ମାଣ ସରିଥିବା ଅନୁଷ୍ଟାନ ପରିଷରର ସିସିରୋଡ ସମୀକ୍ଷା କରିଥିଲେ ।

mla2ତେବେ ସିସି ରୋଡଟି ୫୫ଲକ୍ଷ ଟଙ୍କା ନିର୍ମାଣ ହୋଇଥିବା ବେଳେ ସମ୍ପୂଣ୍ଣ ନିମ୍ନମାନର ଓ ଦୁର୍ନିତୀ ହୋଇଥିବା ସହ ୨କୋଟି ୫୦ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ସହେ ଶଯ୍ୟା ବିଶିଷ୍ଠ ହୋଷ୍ଟେଲର କାମ ନିମ୍ନ ମାନର ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କାମର କୌଣସି ସୂଚନା ଫଳକ ମଧ୍ୟ ନଥିବା ଶ୍ରୀ ରାଓ ଅଭିଯୋଗ କରିଛନ୍ତି। ଏଥିସହିତ କିପରି ସରକାରୀ ନିୟମକୁ ଉଲଂଘନ କରାଯାଇଛି ତାହା ମଧ୍ୟ କହିଛନ୍ତି। ତେବେ ନିର୍ମାଣ ସ୍ଥଳରେ କୌଣସି ଅଧିକାରୀ ଯନ୍ତ୍ରୀ ନଥିବା ସହ ସରକାରଙ୍କ ଟେଣ୍ଡର ଅନୁଯାୟୀ ନିୟମ ଥିବା ସିମେଣ୍ଟ , ରଡ, ବାଲି, ଇଟା, ଗୁଡି ନିମ୍ନମାନର ଥିବା ଅଭିଯୋଗ କରିଛନ୍ତି ।

mla4 ତେବେ ନିର୍ମାଣ ପାଇଁ ରହିଥିବା ନିୟମର ନଥିପତ୍ର ମାଗିବା ବେଳେ ସେଠାରେ ଉପସ୍ଥିତ ଠିକାଦାର କିମ୍ବା ଇଡକୋ ଅଧିକାରୀ ପ୍ରଦାନ କରିନଥିଲେ । ଯାହାକୁ ନେଇ ବିଧାୟକ ଶ୍ରୀ ରାଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ସେଠାରେ ଉପସ୍ଥିତ ଇଡ୍କୋ ଅଧିକାରୀ ଓ ଠିକାଦାରଙ୍କୁ କହିବା ସହ ଗଜପତି ଜିଲ୍ଲାପାଳଙ୍କୁ ମୌଖିକ ଓ ଲିଖିତ ଅଭିଯୋଗ ଦାୟର କରିଛନ୍ତି ।ସେ କହିଛନ୍ତି ରାଜ୍ୟ ସରକାର ଓ ପ୍ରସାଶନ ଉପରେ ତାଙ୍କର ବିଶ୍ୱାସ ରହିଛି ଯେ ଏହାର ତଦନ୍ତହେବ ଏବଂ ନ୍ୟାୟ ମିଳିବ । ନଚେତ ସେ ଭିଜିଲାନ୍ସର ଦ୍ୱାରସ୍ତ ହେବେ ଏବଂ ଭବିଷ୍ୟତରେ ଯେଉଁ ଦୁର୍ଘଟଣା ନିମ୍ନ ମାନର କାମଦ୍ୱାରା ସଂଙ୍ଗଠିତ ହେବ ସେଥିପାଇଁ ପ୍ରସାଶନ ଓ ସରକାରଦାୟୀ ରହିବେ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.