ମହିଳାଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଏମିତି କଥା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଡା କାର୍ଯ୍ୟାନୁଷ୍ଠାନ ନେଇପାରେ BCCI

ଅଡୁଆରେ ହାର୍ଦ୍ଦିକ୍ ପାଣ୍ଡ୍ୟା । ବିସିସିଆଇର କଡା କାର୍ଯ୍ୟାନୁଷ୍ଠାନର ସାମ୍ନା କରିପାରନ୍ତି ଭାରତୀୟ କ୍ରିକେଟ୍ ଟିମର ଏହି ଅଲରାଉଣ୍ଡର । ନିକଟରେ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରନରେ ଯେଉଁ ବୟାନ୍ ଦେଇଛନ୍ତି ହାର୍ଦ୍ଦିକ୍ ତାହା ଏବେ ତାଙ୍କୁ ଟାଣି ଆଣିଛି ବିବାଦ ଘେରକୁ । ବୟାନ୍ ପରେ ଯଦିଓ କ୍ଷମା ପ୍ରାର୍ଥନା କରିଛନ୍ତି ହାର୍ଦ୍ଦିକ୍ ତଥାପି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଏହା ପର୍ଯ୍ୟାପ୍ତ ନୁହେଁ । ହାର୍ଦ୍ଦିକଙ୍କ ଏହି ବୟାନରେ ଭାରତୀୟ କ୍ରିକେଟର ଛବି ଖରାପ ହୋଇଛି । ତେଣୁ ଏମିତି କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ଯାହା ଯୁବପିଢି ପାଇଁ ଏକ ଉଦାହରଣ ହୋଇପାରିବ ।


ପ୍ରକୃତରେ କରଣ ଯୋହରଙ୍କ କଫି ୱିଥ୍ କରନ ସୋରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ୍ ଆସିଥିଲେ । ତେବେ ସୋରେ ପାଣ୍ଡ୍ୟା ଏମିତି କିଛି କଥା କହିଦେଇଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଏଥିରେ ପାଣ୍ଡ୍ୟା ମହିଳା ବିରୋଧୀ ବୟାନ୍ ଦେଇଥିଲେ । ପାଣ୍ଡ୍ୟା କହିଥିଲେ ତାଙ୍କ ପରିବାର ଖୁବ୍ ଖୋଲା ବିଚାରର । ଏପରିକି ଯେତେବେଳେ ସେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିଲେ ଘରକୁ ଆସି କହିଥିଲେ ।

ସେହିପରି ଏକ ପାର୍ଟିକୁ ନିଜ ବାପା ମାଙ୍କୁ ନେଇ ଯାଇଥିଲେ । ଯେଉଁଠି ବାପା ପ୍ରଶ୍ନ ପଚାରିଥିଲେ କେଉଁ ଯୁବତୀକୁ ଦେଖୁଛ ? ପାଣ୍ଡ୍ୟା ଜଣକ ପରେ ଜଣେ ଯୁବତୀଙ୍କ ଆଡକୁ ଆଙ୍ଗୁଠି ଦେଖାଇ କହିଥିଲେ ସମସ୍ତଙ୍କୁ ଦେଖୁଛି ।

କେବଳ ସେତିକି ନୁହେଁ ରାପିଡ୍ ଫାୟାର୍ ରାଉଣ୍ଡରେ ଉତ୍ତର ଦେଇ ଉଭୟ ଖେଳାଳୀ କହିଥିଲେ ସଚିନଙ୍କଠୁ ଭଲ ବିରାଟ୍ କୋହଲୀ । ଏହି ବୟାନ୍ ପରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି ପାଣ୍ଡ୍ୟା । ତାଙ୍କର ଏଭଳି ବୟାନକୁ ନେଇ ଖୁବ୍ ସମାଲୋଚନା କରିଛନ୍ତି ସୋସିଆଲ୍ ମିଡିଆରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.