ଧରାପଡିଲା ମୋବାଇଲ ଚୋର, ଚୋରି କରି ଦୌଡୁଥିବାବେଳେ ଛେଚିଲେ ଲୋକେ

ପରିବା ବଜାରରେ ଚୋର। ପରିବା କିଣୁକିଣୁ ମୋବାଇଲ ଝାମ୍ପିନେଲା ଚୋର। ତାପରେ ଧରାପଡି ଖାଇଲା ଉତ୍ତମ ମଧ୍ୟମ। ଗଛରେ ବାନ୍ଧି ଧୂମ ଛେଚିଲେ ଲୋକେ। ଢ଼େଙ୍କାନାଳ ଜିଲ୍ଲା ଭୁବନ ପରିବା ବଜାରରେ ନଟବର ସାହୁ ନାମକ ଜଣେ ବ୍ୟକ୍ତି ପରିବା କିଣୁଥିବାବେଳେ, ତାଙ୍କ ମୋବାଇଲକୁ ଚୋରି କରି ଛୁ ମାରିଲା ଚୋର।

ତେବେ ଚୋରଟି ଦୌଡି ପଳାଉଥିବାବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଲେ। ଏହାପରେ ଏକ ଗଛରେ ବାନ୍ଧି ଧୂମ ଛେଚିଥିଲେ ଗ୍ରାମନାସୀ। ପରେ ଭୁବନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାକୁ ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.