ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ: ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏଥର ସରଗରମ ରହିବ ଗୃହ। ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖେରେ ରହିଛି ପୁଳା ପୁଳା ପ୍ରସଙ୍ଗ। ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଉଠାଇବେ ତାହା ଉପରେ ନିଷ୍ପତ୍ତି ନେବେ ।

ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି, କୋଭିଡ ତୃତୀୟ ଲହର ପ୍ରସ୍ତୁତି, କୋଟିଆ ସୀମା ବିବାଦ, ମାହାଙ୍ଗା ଡବଲ ମର୍ଡର କେସ, ଶିକ୍ଷକ ଅଭାବ, ଆଇନଶୃଙ୍ଖଳା, ଦୁର୍ନୀତି ଆଦି ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି ବିରୋଧୀ। ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। କୋଭିଡ୍‌ କଟକଣାରେ ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏ ଚାଲିବ ଅଧିବେଶନ । ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ । ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହରେ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.