ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସ୍ୱଳ୍ପ ଅଧିବେଶନ ହୋଇଥିଲେ ବି ବିରୋଧୀଙ୍କ ହାତରେ ରହିଛି ପ୍ରସଙ୍ଗର ଲମ୍ବା ତାଲିକା । ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ହୋଇଛି । ବିରୋଧୀ ଅଭିଯୋଗ କରୁଛନ୍ତି କୋଭିଡ୍‌ ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ପାଖରେ ଏହି ତଥ୍ୟ ରଖିବେ ଉଭୟ ବିିଜେପି ଓ କଂଗ୍ରେସ ।

କୋଭିଡ୍‌ ପରିଚାଳନା ଅବ୍ୟବସ୍ଥା ସହ ବଗଲା ଜମି ବିବାଦ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ, ବିଜୁଳି ଦର ବୃଦ୍ଧି, ଆୟୁଷ୍ମାନ ଭାରତରେ ରାଜ୍ୟ ସରକାର ସାମିଲ ନହେବା ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେପି । କଂଗ୍ରେସ ଏସବୁ ପ୍ରସଙ୍ଗ ସହ କୃଷି ବିଲ୍‌ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ସରକାରୀ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ବସିଥିଲା ବିଧାୟକ ଦଳ ବୈଠକ । ଦଳ କହିଛି, ସାରା ଦେଶରେ କୋଭିଡ ପରିଚାଳନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ମୃତ୍ୟୁହାର ସବୁଠୁ କମ୍‌ । କୋଭିଡ ପରିଚାଳନାଠୁ ବନ୍ୟା ମୁକାବିଲା ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଦଳ ପ୍ରସ୍ତୁତ । ଜିଏସଟି କ୍ଷତିପୂରଣ ମିଳିନଥିବା ପ୍ରସଙ୍ଗ ଉଠାଇପାରେ ସରକାରୀ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.