ଗଞ୍ଜେଇ ଚାଷ ନଷ୍ଟ ଅପରେସନ୍: ସାମିଲ୍ ହେଲେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଥାନା ଅଧିକାରୀ, ନଷ୍ଟ କଲେ ୧୭କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ

ବାଲିଗୁଡା : ବାଲିଗୁଡା ପୋଲିସର ଅପରେସନ୍‌ ଗଞ୍ଜେଇ ଚାଷ ନଷ୍ଟ । ପ୍ରାୟ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନିଜେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି।

ପ୍ରାୟ ୧୭୦ ଏକରରୁ ଅଧିକ ଚାଷ ଜମିରେ ହୋଇଥିବା ମୋଟ ୧ଲକ୍ଷ ୭୦ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ବାଲିଗୁଡ଼ା ଥାନା ସିଟୁପାଜି, କଲୋନୀସାହି, ବଲମର ପଦର ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରାଯାଇଥିଲା। ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୧୭କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.