ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ଆଇପିଏଲ୍ -୨୦୨୦ ଶେଷ ହେବା ପରେ ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ବୁଧବାର ବିରାଟ ବାହିନୀ ଅଷ୍ଟ୍ରେଲିଆ ବାହାରିଥିବା ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଲେଖାଯାଇଛି, ‘ ଟିମ୍ ଇଣ୍ଡିଆ ବ୍ୟାକ୍।’ ଏହା ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଟେଷ୍ଟ ସିରିଜ ପାଇଁ ଟିମ୍ ମଧ୍ୟ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ନିଜ ଦଳରେ ୧୭ ଜଣ ଖେଳାଳିଙ୍କୁ ଟେଷ୍ଟ ସିରିଜରେ ସ୍ଥାନ ଦେଇଛି।

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ସ୍କ୍ବାର୍ଡ

ଆରୋନ ଫିଞ୍ଚ(କ୍ୟାପ୍ଟେନ୍), ସିନ୍ ଆବୋଟ୍, ଆଷ୍ଟନ୍ ଅଗର, ଆଲେକ୍ସ କ୍ୟାରି, ପାଟ କୁମିନ୍ସ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହ୍ୟାଜେଲଉଡ୍, ମୋଇସେସ୍ ହେନ୍ରିକ୍ସ, ମାରନୁସ୍ ଲାବୁସଚେଞ୍ଜ, ଗ୍ଲେନ୍ ମ୍ୟାକ୍ସଓ୍ବେଲ୍, ଡାନିଏଲ୍ ସାମ୍ସ, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋନିସ୍, ମାଥ୍ୟୁ ଓ୍ବାଡେ, ଡେଭିଡ୍ ଓ୍ବାର୍ଣ୍ଣର, ଆଦାମ ଜାମ୍ପା।

test

ଅଷ୍ଟ୍ରେଲିଆରେ ୩ଟି ଓ୍ବାନଡେ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ଏଥିପାଇଁ ୩୦ ଜଣ ପ୍ଲେୟର ଦୁବାଇରୁ ଉଡ଼ାଣ ଭରିଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସମସ୍ତେ ୧୪ ଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିବେ।

ଅଷ୍ଟ୍ରେଲିଆ ବନାମ ଭାରତ ଟେଷ୍ଟ ଶୃଙ୍ଖଳା
ପ୍ରଥମ ଟେଷ୍ଟ: ୨୭-୨୧ ଡିସେମ୍ବର(ଦିବାରାତ୍ରି ଟେଷ୍ଟ)
ଦ୍ବିତୀୟ ଟେଷ୍ଟ: ୨୬-୩୦ ଡିସେମ୍ବର(ମେଲବର୍ଣ୍ଣ)
ତୃତୀୟ ଟେଷ୍ଟ : ୭ରୁ ୧୧ ଜାନୁଆରୀ ୨୦୨୧ (ସିଡନୀ)
ଚତୁର୍ଥ ଟେଷ୍ଟ: ୧୫ ରୁ ୧୯ ଜାନୁଆରୀ(ବ୍ରିସବେନ)

ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆ ଶୃଙ୍ଖଳା
୨୦୨୦ ନଭେମ୍ଵର ୨୭- ପ୍ରଥମ ଦିନିକିଆ, ସିଡନୀ
୨୦୨୦ ନଭେମ୍ବର ୨୯- ଦ୍ଵିତୀୟ ଦିନିକିଆ, ସିଡନୀ
୨୦୨୦ ଡିସେମ୍ବର ୨- ତୃତୀୟ ଦିନିକିଆ, କାନବେରା

ଅଷ୍ଟ୍ରେଲିଆ ବନାମ ଭାରତ ଟି–୨୦ଶୃଙ୍ଖଳା
୨୦୨୦ ଡିସେମ୍ବର ୪- ପ୍ରଥମ ଟି-୨୦ ମ୍ୟାଚ୍, କାନବେରା
୨୦୨୦ ଡିସେମ୍ବର ୬- ଦ୍ଵିତୀୟ ଟି-୨୦, ସିଡନୀ
୨୦୨୦ ଡିସେମ୍ବର ୮- ତୃତୀୟ ଟି-୨୦, ସିଡନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.