ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବାପା

କୁଚିଣ୍ଡା(କେ ନ୍ୟୁଜ): ମାଆ, ପୁଅଙ୍କୁ ଦଳିଦେଲା ହାତୀ। ଘର ଭିତରେ ପଶି ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ବୋଲି ଜଣାଯାଇଛି । ବାପାଙ୍କୁ ଗୁରୁତର ଅବସ୍ଥାରେ ଚୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । କୁଚିଣ୍ଡା ଥାନା ଜମନକିରା ଫରେଷ୍ଟ ରେଞ୍ଜ ମହଦା ପଞ୍ଚାୟତ ଆଖଡାଦାଣ୍ଡ ଗାଁରେ ଇଟା ଗଢିବା ପାଇଁ ପରିବାରର ୩ଜଣ ଝୁମ୍ପୁଡି କରି ରହୁଥିଲେ।

ଆଉ ଏହି ସମୟରେ ହାତୀ ଝୁମ୍ପୁଡି ଭିତରେ ପଶି ପାଦରେ ପରିବାର ଲୋକଙ୍କୁ ଆକ୍ରମଣ କରି ଦଳି ଦେଇଛି । ଘଟଣାରେ ମା’, ପୁଅ ଗୁରୁତର ଭାବେ ଆହତ ହୋଇଥିବା ବାପାକୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.