ଆଜିଠୁ ବନ୍ଦ ହେଉଛି Googleର ଏହି ଲୋକପ୍ରିୟ ଆପ୍‌, ତୁରନ୍ତ କରି ନିଅନ୍ତୁ ଡାଟା ବ୍ୟାକ୍‌ ଅପ୍‌

ଆଜିଠୁ ବନ୍ଦ ହେଉଛି ଲୋକପ୍ରିୟ ଆପ୍‌ ଗୁଗଲ ପ୍ଲେ ମ୍ୟୁଜିକ୍‌। ଏବେ ଆଉ କେହି ବି ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଗୁଗଲ ନିଜ ସମସ୍ତ ୟୁଜରଙ୍କୁ ଏନେଇ ଆଗୁଆ ସୂଚନା ଦେଇଥିଲା। ଗୁଗଲ କହିଥିଲା ଯେ ୨୪ ଫେବ୍ରୁଆରୀ ପରେ କେହି ବି ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଗୁଗୁଲ ନିଜ ମୁଖ୍ୟ ସର୍ଭରରୁ ବି ଏହି ଆପ୍‌କୁ ଡିଲିଟ୍‌ କରିବାକୁ ଯାଉଛି।

ଦୁନିଆର ପ୍ରାୟ ଅଧିକାଂଶ ଲୋକ ପ୍ଲେ ମ୍ୟୁଜିକ୍‌ ଆପ୍‌ ବ୍ୟବହାର କରୁଥିଲେ। କେତେକ ୟୁଜର ନିଜର ମ୍ୟୁଜିକ୍‌ ଲାଇବ୍ରେରୀ, ନେଣଦେଶ ଓ ମ୍ୟୁଜିକ୍‌ ଫାଇଲ୍ସକୁ ପ୍ଲେ ମ୍ୟୁଜିକ୍‌ରେ ଅପ୍‌ଲୋଡ୍‌ କରୁଥିଲେ। କମ୍ପାନୀର କହିବାନୁସାରେ, ୨୪ ଫେବ୍ରୁଆରୀ ପରେ ଆଉ କେହି ବି ଆପ୍‌ରୁ ଡାଟା ରିକଭରି କରିପାରିବେ ନାହିଁ।

ରିପୋର୍ଟ ମୁତାବକ, ଗୁଗଲ ପ୍ଲେ ମ୍ଯୁଜିକକୁ ୟୁଟ୍ଯୁବ ମ୍ଯୁଜିକ ସହିତ ରିପ୍ଲେସ କରିଦେଇଥିଲା। ଏବେ ପ୍ଲେ ମ୍ଯୁଜିକର ବ୍ଯାକଅପ୍ ନେବା ପାଇଁ ୟୁଟ୍ଯୁବ ମ୍ଯୁଜିକର ସହାୟତା ନେଇପାରିବେ। ଆପଣ ପ୍ଲେ ଷ୍ଟୋରରୁ ୟୁଟ୍ଯୁବ ମ୍ଯୁଜିକ ଡାଉନଲୋଡ କରି ନିଜର ମ୍ଯୁଜିକ ଆପର ସଂପୂର୍ଣ୍ଣ ଡାଟା ଟ୍ରାନ୍ସଫର କରିପାରିବେ।

Leave A Reply

Your email address will not be published.