ଏକାଠି ଚାଲିଗଲେ ମାଆ ଓ ପୁଅ : ଢେଙ୍କାନାଳ ବସୁଲେଇ ନିକଟରେ ବାଇକକୁ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ୨ଜଣ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ବସୁଲେଇ ନିକଟରେ ବୋଲେରୋ ଧକ୍କାରେ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ମୃତକ ବସୁଲେଇ ଗାଁର କଳାବତୀ ନାୟକ ଓ ପୁଅ ମୁନା ନାୟକ । ସୂଚନା ଅନୁଯାୟୀ ,ଉଭୟ ମାଆ ପୁଅ ଏକ ବାଇକ ଯୋଗେ ନିଜ ଘରୁ ସରାଙ୍ଗ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଉଥିବା ବେଳେ ବୋଲେରୋଟି ଧକ୍କା ଦେଇଥିଲା । ତେବେ ଘଟଣା ସ୍ଥଳରେ ହିଁ ଉଭୟ ମାଆ ପୁଅଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡିକୁ ଛାଡି ଗାଡି ଚାଳକ ଜଣଙ୍କ ଫେରାର ହୋଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଥିଲା। ତେବେ ବେଶ କିଛି ସମୟ ଧରି କେନାଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.