Below header

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ଜନ୍ମ କଲା ମା’ ଉପରେ ୧୦୦ରୁ ଅଧିକ ଇଟା ଲଦି ଦେଲେ ପୁଅ ଓ ବୋହୂ

ଯାଜପୁର ଟାଉନ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ସମ୍ପତ୍ତି ପାଇବା ପାଇଁ ଜନ୍ମ କଲା ମା କୁ ପର କରି ଦେଇ ଇଟା ଲଦି ଦେଲେ ପୁଅ ଓ ବୋହୂ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ।

ଗ୍ରାମର ମଖି ବେହେରାଙ୍କ ୪ପୁଅ ଓ ବୋହୂ। ସ୍ୱାମୀ ଆରପାରିକୁ ଚାଲିଯିବା ପରେ କୌଣସି ପୁଅ ଓ ବୋହୂଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ନ ପାଇ ବାଧ୍ୟ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ମଝିଆଁ ପୁଅ ରଘୁନାଥ ବେହେରା ଓରଫ୍ ଚଗୁଲୁ ଏବଂ ବୋହୂ ମଧୁସ୍ମିତା ବେହେରା ମାଆ ମଖିଙ୍କ ନିକଟରେ ପୈତୃକ ସମ୍ପତ୍ତି ନେଇ କିଛି ଦାବି ରଖିଥିଲେ । ମାତ୍ର ପୁଅ ରଘୁନାଥର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ତାକୁ ଦିଆଯାଇଥିଲା ଅକଥନୀୟ ଅତ୍ୟାଚାର ।

ପୁଅ ବୋହୂ ମିଳିମିଶି ମଖିଙ୍କୁ ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ । ସାନ ବୋହୂ ଓ କିଛି ପଡୋଶୀ ଘଟଣାରେ ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପାଇଁ ଭର୍ତି କରାଯାଇଥିଲା। ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଖିଙ୍କ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.