Below header

ଗୋଟେ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚ ହାତେଇବା ଲକ୍ଷ୍ୟରେ କେଏଲ ରାହୁଲଙ୍କ ଟିମ୍‌, ହାଇଦ୍ରାବାଦ ମଧ୍ୟ ଲକ୍ଷ୍ମୌକୁ ମାତ୍‌ ଦେବାକୁ ପ୍ରସ୍ତୁତ

ଆଜିର ଆଇପିଏଲର ୧୨ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପୂର୍ବରୁ ଗୋଟେ ମ୍ୟାଚ୍‌ ଜିତିସାରିଛି ଲକ୍ଷ୍ମୌ ସୁପରଜିଆଣ୍ଟସ। ହେଲେ ସନରାଇଜର୍ସ ହାଇଦ୍ରାବାଦ ଖାତା ଖୋଲିପାରିନାହିଁ।

ହାଇଦ୍ରାବାଦ ଟିମ୍‌ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା । ବୋଲିଂ ହେଉ ଅବା ବ୍ୟାଟିଂ ସବୁଥିରେ ଫେଲ ମାରିଥିଲା ଟିମ୍‌। ବ୍ୟାଟରମାନେ ୨୧୦ ରନରେ ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲେ । ତେଣୁ ଲକ୍ଷ୍ମୌ ଟିମକୁ ହରାଇବାକୁ ହେଲେ ପ୍ରଥମେ ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ। ଟିମ୍‌ରେ ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ୍, ରୋମାରିଓ ସେଫର୍ଡଙ୍କ ଭଳି ପେସ୍ ବୋଲର ରହିଛନ୍ତି। ହେଲେ ଦଳ ରସିଦ ଖାନଙ୍କ ଭଳି ସ୍ପିନରଙ୍କ ଅନୁପସ୍ଥିତି ଅନୁଭବ କରୁଛି ।

ଲକ୍ଷ୍ନୌ ସୁପରଜିଆଣ୍ଟସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ତେଣୁ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ତେଣୁ ଆଜିର ମ୍ୟାଚକୁ ହାତେଇବାକୁ ସମସ୍ତ ଚେଷ୍ଟା କରିବେ କେଏଲ ରାହୁଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.