୧୪ ଲକ୍ଷରୁ ଅଧିକ ସଂଖ୍ୟକ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଲା WhatsApp, କାହିଁକି ଜାଣନ୍ତୁ

ସବୁଠାରୁ ଅଧିକ ସଂଖ୍ୟାରେ ବ୍ୟବହାର ହେଉଥିବା Facebookର ଇନସଟାଣ୍ଟ ମେସେଜିଙ୍ଗ ଆପ ହ୍ବାର୍ଟ୍ସପ ଚଳିତ ବର୍ଷ ଫେବୃଆରୀ ମାସରେ ୧୪ ଲକ୍ଷରୁ ଅଧିକ ସଂଖ୍ୟକ ଆକାଉଣ୍ଟକୁ ବ୍ୟାନ କରିଛି । କହିରଖିବା ଉଚିତ ହେବକି ଏହି ଆକାଉଣ୍ଟ ଗୁଡିକ ଉପରେ ବ୍ୟାନ ୟୁଜର୍ସଙ୍କ ଠାରୁ ମିଳୁଥିବା ଅଭିଯୋଗ ଆଧାରରେ ହିଁ କରାଯାଇଥାଏ । କମ୍ପାନୀ ତରଫରୁ ସୂଚନା ଦିଆଯାଇଛିକି ୩୩୫ଟି ଅଭିଯୋଗ ଆସିଥିବା ବେଳେ କମ୍ପାନୀ ପକ୍ଷରୁ ଫେବୃଆରୀ ୧ ରୁ ୨୧ ତାରିଖ ଭିତରେ ୨୧ ଟି ଆକାଉଣ୍ଟକୁ ବ୍ୟାନ କରାଯାଇଥିଲା । କହିରଖିବା ଉଚିତ ହେବକି ୧୯୪ଟି ହ୍ବାର୍ଟ୍ସପ ଆକାଉଣ୍ଟକୁ ବ୍ୟାନ କରିବା ନେଇ ଅପିଲ କରାଯାଇଥିବା ବେଳେ ସେ ମଧ୍ୟରୁ ୨୧ ଟିକୁ ରଦ୍ଦ କରାଯାଇଛି ।

ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଏହା ମଧ୍ୟ ସଫେଇ ଦିଆଯାଇଛିକି ସେମାନେ ୟୁଜରଙ୍କ ଠାରୁ ମିଳୁଥିବା ସମସ୍ତ ଅଭିଯୋଗ ଗୁଡିକର ଜବାବ ଦେଇଥାନ୍ତି । ଯେଉଁ ଗୁଡିକ ଦୁଇ ଥର ପଠା ଯାଇଥାଏ କିମ୍ବା ଡୁପ୍ଲିକେଟ ହୋଇଥାଏ ସେଗୁଡିକର କୌଣସି ଜବାବ ଦିଆଯାଇନାହିଁ । ଅଭିଯୋଗ ମିଳିବା ପରେ ତୁରନ୍ତ ପଦକ୍ଷେପ ନିଆଯାଏ ଅଥବା ତାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥାଏ | କମ୍ପାନୀର ଜଣେ ଅଧିକାରୀ ନିଜ ମାସିକ ରିପୋର୍ଟ ବାବଦରେ କହିଛନ୍ତିକି ଏଥିରେ ୟୁଜର ମାନେ କରିଥିବା ଅଭିଯୋଗ ଓ ସେନେଇ ଅଭିଯୋଗ ଗୁଡିକୁ ବ୍ୟାନ କରାଯାଇଥାଏ । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଯେଉଁମାନେ ନିୟମ ଉଲ୍ଲଙ୍ଘନ କରନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.