ଲକ୍ ଡାଉନ ସମୟରେ ପୁଅକୁ ଖୋଜିବାକୁ ଯାଇ ୪୦୦ କିଲୋମିଟର ଚାଲିଲା ମା, ନପାଇ ଏବେ ବେସାହାରା

କେନ୍ଦୁଝର: ଦେହକୁ କନା ଆଉ ପେଟ କୁ ଦାନା । ଏହି ଲକ୍ଷରେ ଜୀବନରେ ଅନେକ ସଂଗ୍ରାମ କରି ବଂଚିବା ଲକ୍ଷ ନେଇ ଘରୁ ପଦାକୁ ଗୋଡ କାଢି ଥିଲେ ଜଣେ ମହିଳା l ସେ ପୁଣି ମୃତ୍ୟୁର କୂଅରେ ଖେଳ ଦେଖାଇବାକୁ l ଆଉ ସେଠୁ ଆରମ୍ଭ ହୁଏ ବୈବାହିକ ଜୀବନ । ଅଳ୍ପ କିଛି ଦିନ ଭିତରେ ସେହି ମୃତ୍ୟୁର କୂଅରେ ଦୁର୍ଘଟଣା ଘଟି ସ୍ୱାମୀ ଚାଲିଗଲେ ଆରପାରିକୁ l ହେଲେ ପରିବାର ପୋଷଣ ଦାଇତ୍ୱ ମା ହାତରେ, ତେଣୁ ଏଥର ଜଣେ ମହିଳା ହୋଇସୁଧା ଛୁଆଙ୍କୁ ବଞ୍ଚାଇବା ଲକ୍ଷ୍ଯରେ ନିଜ ଜୀବନକୁ ବାଜି ଲଗାଇଥିଲେ l ଶେଷରେ ସରକାର ଏହି ଖେଳକୁ
ବ୍ୟାନ କରିଦେଲେ l

ଏହାପରେ ବିଭିନ୍ନ ସ୍ଥାନରେ ପଡୁଥିବା ମୀନାବଜାର ଓ ଦୋଳି ପଡୁଥିବା ସ୍ଥାନରେ କାମ କରୁଥିଲା ତାଙ୍କ ବଡ ପୁଅ। ହଠାତ୍‌ ଫୋନ୍‌ ଆସିଲା ପୁଅର ଦୁର୍ଘଟଣାରେ ଗୋଡ ଭାଙ୍ଗିଯାଇଛି। ପୁଅକୁ ଖୋଜିବାକୁ ଯାଇ ଲକ୍‌ଡାଉନ୍‌ ଯୋଗୁ ୪୦୦ କିଲୋମିଟର ଚାଲିଲେ ଏହି ମାଆ ଜଣଙ୍କ। ସେ ଟେଂସାରୁ ପାଦରେ ଚାଲି ପ୍ରଥମେ କେନ୍ଦୁଝର ଓ ପରେ କଟକରେ ପହଁଞ୍ଚିଲେ, ହେଲେ ସେଠାରେ ବି ପୁଅକୁ ପାଇଲେ ନାହିଁ। ଏପରି ଅବସ୍ଥାରେ ପୁଣି କେନ୍ଦୁଝର ଡାକ୍ତରଖାନାରେ ଆସି ପହଁଞ୍ଚିଛନ୍ତି। ପୁଅକୁ ନପାଇ ଅତି ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି ଏହି ମା ଜଣଙ୍କ। ତେବେ ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷପ ନେବା ସହିତ ମହିଳାକୁ ଉଚିତ୍ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.