ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ। ସରକାରଙ୍କ ପରିବର୍ତ୍ତିତ ଲକ୍ ଡାଉନ୍ ନିଷ୍ପତ୍ତି ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଉଡାଣ ତାରିଖରେ ପରିବର୍ତ୍ତନ କରାଯାଇଛି । ମେ ୩ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍ ଅବଧି ବଢିବା ପରେ ଇଣ୍ଡିଗୋ ଏହାର ଠିକ୍ ପର ଦିନ ଅର୍ଥାତ୍ ୪ତାରିଖରେ ପୁଣିଥରେ ଉଡାଣ ଆରମ୍ଭ କରିବା ନେଇ ଘୋଷଣା କରିଛି । ତେବେ ହଠାତ୍ ସବୁ ଉଡାଣ ଆରମ୍ଭ ନକରି ୪ଟି ପର୍ଯ୍ଯାୟରେ ଉଡାଣ ସେବା ଆରମ୍ଭ କରିବାକୁ କମ୍ପାନୀ ଯୋଜନା କରୁଛି । ପ୍ରଥମେ କମ୍ କ୍ଷମତା ସହ ଉଡାଣ ପରିଚାଳନା ହେବ । ଏହାର ଏକ ମାସ ପରେ ଏହାକୁ ବଢାଯିବ । ଅନ୍ତର୍ଜାତୀୟ ଯାତ୍ରା ଗାଇଡଲାଇନ୍ ଅନୁସାରେ ନିର୍ଦ୍ଧାରିତ ଦେଶ ଗୁଡିକୁ ବିମାନ ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.