ଭୁବନେଶ୍ବର ଭିଏସଏସ୍ ନଗର ଅଞ୍ଚଳରେ ଯୁବକଙ୍କୁ ହତ୍ୟା, ଘର ଭିତରୁ ମିଳିଲା ମୃତଦେହ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଯୁବକଙ୍କୁ ହତ୍ୟା। ଘର ଭିତରୁ ମିଳିଲା ମୃତଦେହ। ଭିଏସଏସ୍ ନଗର ଅଞ୍ଚଳରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଅବକାଶ ପାଇକରାୟ। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରେମ ପାଇଁ ଅବକାଶଙ୍କୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। । ସହିଦନଗର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ଗ୍ରନ୍ଥାଗାରରେ କାମ କରୁଥିଲେ ଅବକାଶ।