ନବ ଦାସ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୋପାଳର ହାତଲେଖା ଡାଏରୀ, ଖୋଲିପାରେ ଷଡ଼ଯନ୍ତ୍ରର ରହସ୍ୟ

ଝରାସୁଗୁଡା (କେନ୍ୟୁଜ): ନବ ଦାସ ହତ୍ୟା ଷଡ଼ଯନ୍ତ୍ର ରହସ୍ୟ ଖୋଲିପାରେ ଗୋପାଳ ଡାଏରୀ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୋପାଳର ହାତଲେଖା ଡାଏରୀ । ବ୍ରଜରାଜନଗର ଓରିଏଣ୍ଟାଲ କଲୋନୀ ଠାରେ ଗୋପାଳ ରହୁଥିବା ଘରୁ ତାର ଡାଏରୀ ଓ ଅନ୍ୟ କିଛି କାଗଜପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍‌।।

ସୂଚନା ଅନୁଯାୟୀ ଆଜି ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଘରେ ଭୋର ୪ ଟାରୁ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଛି । ଗୋପାଳ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରୁଛନ୍ତି ଟିମ୍‌ । ପୂର୍ବରୁ ଗୋପାଳର ଭାଇ ସତ୍ୟ ନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦୁଇଦିନ ଧରି ମାରାଥନ ଜେରା କରିବା ପରେ ଛାଡ଼ି ଦେଇଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଗତକାଲି ଗୋପାଳ ପାଖକୁ ଯେଉଁ ବସରେ ଔଷଧ ପଠାଯାଉଥିଲା ତାର ଡ୍ରାଇଭର ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ପରିବାରବର୍ଗ, ସମ୍ପର୍କୀୟ, ସାଙ୍ଗସାଥୀ, ଚିକିତ୍ସା କରୁଥିବା ଡାକ୍ତର ଆଦିଙ୍କୁ ମିଶାଇ ପ୍ରାୟ ୨୦ରୁ ଅଧିକ ଜଣଙ୍କୁ ପଚରାଉଚରା ସରିଲାଣି କ୍ରାଇମବ୍ରାଞ୍ଚ । ଗୋପାଳର ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା କରୁଛି ଟିମ୍‌।

ସେପଟେ ନବ ଦାସ ହତ୍ୟା ମାମଲାରେ ଜୋରଦାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡ଼ା ଏୟାରପୋର୍ଟ ଥାନାରେ ପଚରାଉଚରା ବେଳେ ହାତଲେଖା ପେପରକୁ ଟଏଲେଟରେ ଫିଙ୍ଗିଦେଇଥିବା କହିଥିଲା ଗୋପାଳ। ସେପ୍‌ଟିକ ଟାଙ୍କିରୁ ୨୨ଖଣ୍ଡ କାଗଜ ଟୁକୁ଼ଡା ମିଳିଛି। ହସ୍ତାକ୍ଷର ବିଶେଷଜ୍ଞଙ୍କ ସହାୟତା ନେଇ ଚିରା କାଗଜକୁ ଏକାଠି କରାଯାଉଛି। ନିଜ ହାତଲେଖା କାଗଜକୁ ଚିହ୍ନଟ କରିଛି ଗୋପପାଳ। ପରେ ଏହାକୁ ଅଧିକ ତଦନ୍ତ ପଇଁ ପଠାଯିବ। ସେପଟେ ଗୁଳିରେ ଆହତ ଜୀବନ କୁମାର ନାୟକ ଓ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ପଚରାଉଚରା ସାରିଛି ତଦନ୍ତକାରୀ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.