ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ତମ ପ୍ରତିଷ୍ଠା ଦିବସ, ନୂଆ ନାଁ ପାଇବେ ୬ଟି ବାଘ ଛୁଆ

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ତମ ପ୍ରତିଷ୍ଠା ଦିବସ। କୋଭିଡ୍ ଯୋଗୁଁ ନିରାଡମ୍ବର ଭାବେ ପାଳନ କରାଯିବ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାଘୁଣୀ ମେଘାର ୩ ଓ ବିଜୟାର ୩ଟି ଛୁଆର ନାମକରଣ କରାଯିବ। ପର୍ଯ୍ୟଟକଙ୍କ ଦ୍ୱାରା ଦିଆଯାଇଥିବା ନାଁରେ ବାଘ ଛୁଆଙ୍କୁ ନାମିତ କରାଯିବ। ଏଥିସହ ବଜ୍ରକାପ୍ତା ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଫିଟିଂ କରାଯାଇ ଜଙ୍ଗଲରେ ଛଡାଯିବ।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୨୨ସୁଦ୍ଧା ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବାକୁ ଟାର୍ଗେଟ ରଖାଯାଇଛି। ୧୯୬୦ ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ। ପ୍ରତିଷ୍ଠା ଦିବସ ଅବସରରେ ନନ୍ଦନକାନନର ସ୍ମରଣିକା ଓ ବାର୍ଷିକ ବିବରଣୀ ମଧ୍ୟ ଉନ୍ମୋଚନ କରାଯିବ ।