ପୁରୀରେ ନବୀନ ଓଡ଼ିଶା ଓ 5 T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ, କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀରେ ନବୀନ ଓଡ଼ିଶା ଓ 5 T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ । ବିଜେଡିରେ ଯୋଗଦାନ ଚର୍ଚ୍ଚା ଭିତରେ ପୁରୀରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ୍। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପରେ ଯାତ୍ରୀ ପରିକ୍ରମା ମାର୍ଗର ସମୀକ୍ଷା କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ ନବୀନ ଓଡ଼ିଶା ଓ 5 T ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନ । ବିଜେଡିରେ ଯୋଗଦାନ ଚର୍ଚ୍ଚା ଭିତରେ ପୁରୀରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ୍। ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପରେ ଯାତ୍ରୀ ପରିକ୍ରମା ମାର୍ଗର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା,କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ,ଏସପି କେ.ବିଶାଲ ସିଂହ, ଟାଟା ଓ ଓବିସିସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ବିଜେଡିରେ ଯୋଗଦାନ ପାଇଁ  ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ କି ପାଣ୍ଡିଆନ ବି ନିଜେ ତାହା ସ୍ପଷ୍ଟ କରିନାହାନ୍ତି । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପାଣ୍ଡିଆନ ବିଜେଡିରେ ଯୋଗଦାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.