ବିଜେପୁରବାସୀଙ୍କ ପାଇଁ ନବୀନଙ୍କ ବଡ଼ ଉପହାର, ଜାଣନ୍ତୁ କି ଘୋଷଣା କଲେ ବିଜେଡି ସୁପ୍ରିମୋ

ବିଜେପୁରବାସୀଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ବଡ଼ ଉପହାର । ନିଜର ନିର୍ବାଚନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଘୋଷଣା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ୩୪ ହଜାର ପକ୍କା ଘର ମିଳିବ। ଏହା ସହ ବରଗଡ ଜିଲ୍ଲାରେ ୧୨୨୦ କୋଟି ବିନିମୟରେ ୨ଟି ପାଇପ୍ ଜଳ ପ୍ରକଳ୍ପ ହେବ। ଯାହାଦ୍ୱାରା ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଉପକୃତ ହେବେ ।

ଏହା ସହିତ ଗାଇସିଲଟ ବ୍ଲକରେ ମେଗା ଉଠା ଜଳସେଚନ ପ୍ରକଳ୍ପ କରାଯିବ । ଏହି ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ସାହାଯ୍ୟରେ ୩ ହଜାର ଏକର ଜମିକୁ ଜଳସେଚିତ କରାଯିବ । ଏହାକୁ ମିଶାଇ ୯ଟି ନଦୀ ଜଳସେଚନ ଓ ୩ ହଜାର ଡିପ୍ ବୋରୱେଲ ମଧ୍ୟ ନିର୍ମାଣ କରାଯିବ । ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଲେଖାଏଁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.