ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ, ଏମାନେ ହେବେ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ସମସ୍ତ ୨୦ ଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀଙ୍କ ତାଲିକା ସାମନାକୁ ଆସୁଛି । ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଯେଉଁମାନେ ଆସନ୍ତାକାଲି ଶପଥ ନେବେ ସେମାନଙ୍କୁ ଫୋନ୍‌ କଲ୍‌ ଯାଇଛି । ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନଙ୍କୁ ଫୋନ୍‌ କଲ୍‌ ଯାଇଛି ସେମାନଙ୍କ ଭିତରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଟୁକୁନି ସାହୁ, ସମୀର ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ଉଷା ଦେବୀ, ରୀତା ସାହୁ, ପ୍ରୀତିରଞ୍ଜନ ଘଡାଇ, ପ୍ରଦୀପ ଅମାତ ।

ନବୀନଙ୍କ ନୂଆ ଟିମରେ ବହୁ ନୂଆ ମୁହଁଙ୍କୁ ସୁଯୋଗ ମିଳିଛି । ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ପୁଣି ଥରେ ମିଳିଛି ସୁଯୋଗ । ନବୀନଙ୍କ ପଞ୍ଚମ ପାଳି ସରକାରରେ ତାଙ୍କ କ୍ୟାବିନେଟକୁ ଫେରୁଛନ୍ତି ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, ଉଷା ଦେବୀ । ପ୍ରଥମ ଥର ବିଧାୟକରୁ ମନ୍ତ୍ରୀ ହେବେ ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରୀତା ସାହୁ, ପ୍ରୀତିରଞ୍ଜନ ଘଡାଇ ।ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ମିଳିବ । ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ।