ଖୋର୍ଦ୍ଧା: ପରିତ୍ୟକ୍ତ କୂଅରୁ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା: ଆମ ସମାଜରେ ବର୍ତ୍ତମାନ ଅନେକ ସମୟରେ ଶିଶୁ ମାନଙ୍କ ପ୍ରତି ଅତ୍ୟାଚାର ହେଉଥିବାର ଦେଖିବାକୁ ମିଳୁଛି । କେତେବେଳେ ରାସ୍ତା କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହେଉଛି ତ ଆଉ କେତେବେଳେ ଶରୀର ବିହୀନ ଶିଶୁର ମୁଣ୍ଡ ଠାବ ହେଉଛି । ଏହିଭଳି ଅନ୍ୟ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗଆପଡା ପଞ୍ଚାୟତର ଉଇକିଲସନ ନଗରରେ । ଏଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି ।

 

ସୂଚନାନୁଯାୟୀ ପ୍ରଥମେ ସ୍ଥାନୀୟ ଲୋକେ ଦେଖିବାପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରି ବ୍ଯବଛେଦ ପାଇଁ ପଠାଇଛନ୍ତି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁଟିକୁ ଅତି ନିର୍ଦ୍ଦୟ ଭାବରେ ସେହି କୂଅ ଭିତରେ ପକାଇଛନ୍ତି ସେନେଇ ତଦନ୍ତ କରୁଛନ୍ତି ଖୋର୍ଦ୍ଧା ଟାଉନ ଥାନା ପୋଲିସ। ତେବେ କଣ ପାଇଁ ବାରମ୍ବାର ଶିଶୁ ମାନଙ୍କ ପ୍ରତି ଏଭଳି କୁଶ୍ଚିତ ବ୍ୟବହାର ହେଉଛି ତାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.