ଯୌତୁକ ନେଲା ଜୀବନ, ନବ ବିବାହିତାଙ୍କୁ ତଣ୍ଟି ଚିପି ହତ୍ୟା

ନୂଆପଡ଼ା : ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଁରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଚିନ୍ଦାଗୁଡ଼ା ଗାଁର ଆଶିଷ ରଣାଙ୍କ ପତ୍ନୀ ପୂର୍ଣ୍ଣମୀ ରଣା । ୨୦୧୮ରେ ଆଶିଷଙ୍କୁ ବିବାହ କରିଥିଲେ ପୂର୍ଣ୍ମମୀ । ଏହାପରେ ଶାଶୁଘର ଲୋକେ ଯୌତୁକ ବାବଦ ୩ ଲକ୍ଷ ଟଙ୍କା ସହ ୩ ଭରି ସୁନା ଦେବାକୁ ଦାବି କରିଥିଲେ । ହେଲେ ପୂର୍ଣ୍ଣମୀଙ୍କ ବାପଘର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ଯୌତୁକ ଦେବାକୁ ଅସମର୍ଥ ହୋଇଥିଲେ । ସେବେଠୁ ଶାଶୂଘର ଲୋକେ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ତେବେ ସ୍ୱାମୀ, ଶାଶୁ, ଶଶୁର ମିଶି ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ଖଡ଼ିଆଳ ଥାନାରେ ଲିଖିତ ଅଭିେଯୋଗ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମହିଳାଙ୍କ ବାପଘର ଲୋକେ । ସେପଟେ ପୋଲିସ ସ୍ୱାମୀ, ଶାଶୁ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.