ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେଉଛି । ଏ ସମ୍ପର୍କରେ ସ୍କୁଲ ଶିକ୍ଷା କମିଟି ବ୍ଲକ ଓ ଜିଲ୍ଲା ଶିକ୍ଷାଧୀକାରୀ ଏବଂ ବିଧାୟକଙ୍କୁ ବାରମ୍ବାର ଜଣାଇଥିଲେ ବି ଫଳ ମିଳୁ ନାହିଁ । ତେଣୁ ଗତକାଲି ବାଧ୍ୟ ହୋଇ ଅବିଭାବକ ଓ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.