Below header

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ,କହିଲେ ଉଭୟ ଦେଶ ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ। ହ୍ଵାଇଟ୍‌ ହାଉସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଭେଟିବା ଅବସରରେ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚାହିଁଲେ, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଦୁଇ ବର୍ଷ ତଳେ ନିବେଦନ କରିଥିଲେ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଏପରି କୌଣସି ଅନୁରୋଧ କରିନଥିବା କହିଛନ୍ତି ରବିଶ କୁମାର ।

ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ଦ୍ୱିପାକ୍ଷିପ ଆଲୋଚନା ମାଧ୍ୟମରେ ହୋଇପାରିବ । ସିମ୍‌ଲା ଚୁକ୍ତି ଓ ଲାହୋର ଘୋଷଣାକୁ ଆଧାର କରି ସମସ୍ତ ସମସ୍ୟାର ସମାଧାନ ହୋଇପାରିବ । ପାକିସ୍ତାନ ସୀମା ପାର୍‌ ଆତଙ୍କବାଦ ବନ୍ଦ କରୁ ବୋଲି କହିଛନ୍ତି ରବିଶ କୁମାର । ଗତକାଲି ହ୍ଵାଇଟ୍‌ ହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇନ୍‌ରାନ୍‌ ଖାନ୍‌ଙ୍କ ମଧ୍ୟରେ ବୈଠକ ହୋଇଥିଲା। କାଶ୍ମୀର ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଇମ୍‌ରାନ୍‌ କହିଥିଲେ, ଟ୍ରମ୍ପ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ଆବଶ୍ୟକ । ଟ୍ରମ୍ପ କହିଥିଲେ, ଏନେଇ ମୋଦି ତାଙ୍କ ସହ ଦୁଇ ବର୍ଷ ତଳେ କଥା ହୋଇଥିଲେ । ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମୋଦି କହିଥିବା କହିଥିଲେ ଟ୍ରମ୍ପ । ସେପଟେ ଏପ୍ରସଙ୍ଗରେ ଡେମୋକ୍ରାଟିକ୍‌ ପାର୍ଟିର ସାଂସଦ ବ୍ରେଡ୍‌ ସେରମେନ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କଥା କେବେ କହିବେ ନାହିଁ । ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସଂପୂର୍ଣ୍ଣ ମିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.